Blog

Tag: Biju Patnaik

ବସନ୍ତ ଦାସ କଟକ ସହର ଥିଲା ବିଜୁ ପଟ୍ଟନାୟକଙ୍କର ଉଭୟ ଜନ୍ମଭୂମି ଓ କର୍ମଭୂମି। ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଔରସରୁ ଏବଂ ମାତା ଆଶାଲତା ପଟ୍ଟନାୟକଙ୍କ ଗର୍ଭରୁ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକ ସହରରେ ଆନନ୍ଦ ଭବନରେ ବିଜୁ ପଟ୍ଟନାୟକ ଜନ୍ମଲାଭ କରିଥିଲେ। ସେ ସମୟରେ ଭାରତବର୍ଷରେ ଦୁଇଟି ’ଆନନ୍ଦଭବନ’ ସୁଖ୍ୟାତି ଲାଭ କରିଥିଲା। ଗୋଟିଏ ହେଲା ଆହ୍ଲାବାଦ ସହରରେ ଥିବା ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବାସଭବନ… [read more]

ଡକ୍ଟର ପାବକ କାନୁନଗୋ “୧୯୪୫ରେ ଜେଲ୍ରୁ ଖଲାସ ହେଲା ପରେ କଟକରେ ଥିବା ବାପାଙ୍କ ଘରେ ରହିଲି। ସେତେବେଳେ ପିଲାଙ୍କ ପାଇଁ କ୍ଷୀର ଟିକିଏ ବି କିଣିବାକୁ ମୋ ପାଖରେ ଦୁଇଟଙ୍କା ମଧ୍ୟ ନଥିଲା। ସିଗାରେଟ୍ ଖାଇବା ବି ଛାଡ଼ିଦେଲି।”- ଏହାର ବହୁ ବର୍ଷ ପରେ କଟକ ସହରର ସ୍ମୃତିଚାରଣ କଲାବେଳେ ଏହା ଥିଲା ବିଜୟାନନ୍ଦ ପଟ୍ଟନାୟକଙ୍କର ଉକ୍ତି। ବାପାଙ୍କ ଘର’ କହିଲେ ଆନନ୍ଦ ଭବନକୁ ବୁଝାଉଥିଲା। ସେହିଠାରେ ହିଁ ୧୯୧୬ ମାର୍ଚ୍ଚ ୫ ତାରିଖ ଦିନ… [read more]

ଦାଶ ବେନହୁର କଟକ ସହରର ତୁଳସୀପୁରସ୍ଥିତ ‘ଆନନ୍ଦ ଭବନ’। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପିଲାଦିନର ଘର। ସେଇ ଅନୁସାରେ କାଳକ୍ରମେ ସନ୍ନିକଟ ଛକ ବି ପାଲଟିଯାଇଛି ‘ବିଜୁ ପଟ୍ଟନାୟକ ଛକ’। ମଣିଷ ଭଳି ସମୟ ସ୍ରୋତରେ ଘରଟିଏ ବି ପ୍ରସିଦ୍ଧ ହୋଇ ଉଠେ। ଆଜି ଅନେକ ବିଲାତି ଗଲେ ଇଂରେଜୀ ସାହିତ୍ୟର ଶୀର୍ଷ ପୁରୁଷ ସେକ୍ସପିଅରଙ୍କ ‘ଷ୍ଟ୍ରାର୍ଟଫୋର୍ଡ ଅପନ୍ ଆଭନ୍’ ଘରଟିକୁ ଦେଖିବାକୁ ଯାଆନ୍ତି। ସେମିତି କଲିକତାରେ ରବୀନ୍ଦ୍ରନାଥ ଠାକୁରଙ୍କ ‘ଜୋରାସାଙ୍କୋ’ ନିବାସ। ଆଲହାବାଦରେ ଜବାହାରଲାଲ୍ ନେହରୁଙ୍କର… [read more]

କ୍ଷୀରୋଦ କୁମାର ଜେନା କୁହାଯାଏ, ଯଦି ବିଜୁ ପଟ୍ଟନାୟକ ରାଜନୀତିକୁ ଆସିନଥାନ୍ତେ, କେବଳ ଶିଳ୍ପପତି ଭାବେ ମନୋନିବେଶ କରିଥାନ୍ତେ, ତା’ହେଲେ ଟାଟା, ବିରଳାଙ୍କ ଶିଳ୍ପ ସାମ୍ରାଜ୍ୟ ସହ ଟକ୍କର ଦେଇଥାନ୍ତା ତାଙ୍କର ଶିଳ୍ପସମୂହ। ଏଭଳି କୁହାଯିବାର ତାତ୍ପର୍ଯ୍ୟ ହେଉଛି, ଶିଳ୍ପ କ୍ଷେତ୍ରରେ ତାଙ୍କର ଥିବା ଦୂରଦୃଷ୍ଟି। ଶିଳ୍ପ ସଂକ୍ରାନ୍ତରେ କୌଣସି ପୃଷ୍ଠଭୂମି ନଥିଲେ ମଧ୍ୟ ଆଧୁନିକ ଜ୍ଞାନ କୌଶଳରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଓ ସ୍ୱକୀୟ ଢାଂଚାରେ ଏହାର ପରିଚାଳନା କରି ସଫଳତାର ଶିଖରରେ ପହଞ୍ଚାଇବାରେ… [read more]