Blog

Tag: Biju Babu

ବସନ୍ତ ଦାସ କଟକ ସହର ଥିଲା ବିଜୁ ପଟ୍ଟନାୟକଙ୍କର ଉଭୟ ଜନ୍ମଭୂମି ଓ କର୍ମଭୂମି। ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଔରସରୁ ଏବଂ ମାତା ଆଶାଲତା ପଟ୍ଟନାୟକଙ୍କ ଗର୍ଭରୁ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକ ସହରରେ ଆନନ୍ଦ ଭବନରେ ବିଜୁ ପଟ୍ଟନାୟକ ଜନ୍ମଲାଭ କରିଥିଲେ। ସେ ସମୟରେ ଭାରତବର୍ଷରେ ଦୁଇଟି ’ଆନନ୍ଦଭବନ’ ସୁଖ୍ୟାତି ଲାଭ କରିଥିଲା। ଗୋଟିଏ ହେଲା ଆହ୍ଲାବାଦ ସହରରେ ଥିବା ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବାସଭବନ… [read more]

ଡକ୍ଟର ପାବକ କାନୁନଗୋ “୧୯୪୫ରେ ଜେଲ୍ରୁ ଖଲାସ ହେଲା ପରେ କଟକରେ ଥିବା ବାପାଙ୍କ ଘରେ ରହିଲି। ସେତେବେଳେ ପିଲାଙ୍କ ପାଇଁ କ୍ଷୀର ଟିକିଏ ବି କିଣିବାକୁ ମୋ ପାଖରେ ଦୁଇଟଙ୍କା ମଧ୍ୟ ନଥିଲା। ସିଗାରେଟ୍ ଖାଇବା ବି ଛାଡ଼ିଦେଲି।”- ଏହାର ବହୁ ବର୍ଷ ପରେ କଟକ ସହରର ସ୍ମୃତିଚାରଣ କଲାବେଳେ ଏହା ଥିଲା ବିଜୟାନନ୍ଦ ପଟ୍ଟନାୟକଙ୍କର ଉକ୍ତି। ବାପାଙ୍କ ଘର’ କହିଲେ ଆନନ୍ଦ ଭବନକୁ ବୁଝାଉଥିଲା। ସେହିଠାରେ ହିଁ ୧୯୧୬ ମାର୍ଚ୍ଚ ୫ ତାରିଖ ଦିନ… [read more]

ଦାଶ ବେନହୁର କଟକ ସହରର ତୁଳସୀପୁରସ୍ଥିତ ‘ଆନନ୍ଦ ଭବନ’। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପିଲାଦିନର ଘର। ସେଇ ଅନୁସାରେ କାଳକ୍ରମେ ସନ୍ନିକଟ ଛକ ବି ପାଲଟିଯାଇଛି ‘ବିଜୁ ପଟ୍ଟନାୟକ ଛକ’। ମଣିଷ ଭଳି ସମୟ ସ୍ରୋତରେ ଘରଟିଏ ବି ପ୍ରସିଦ୍ଧ ହୋଇ ଉଠେ। ଆଜି ଅନେକ ବିଲାତି ଗଲେ ଇଂରେଜୀ ସାହିତ୍ୟର ଶୀର୍ଷ ପୁରୁଷ ସେକ୍ସପିଅରଙ୍କ ‘ଷ୍ଟ୍ରାର୍ଟଫୋର୍ଡ ଅପନ୍ ଆଭନ୍’ ଘରଟିକୁ ଦେଖିବାକୁ ଯାଆନ୍ତି। ସେମିତି କଲିକତାରେ ରବୀନ୍ଦ୍ରନାଥ ଠାକୁରଙ୍କ ‘ଜୋରାସାଙ୍କୋ’ ନିବାସ। ଆଲହାବାଦରେ ଜବାହାରଲାଲ୍ ନେହରୁଙ୍କର… [read more]

ସୁବ୍ରତ ବାଗ୍‌ଚୀ ରାଜନୀତିଠାରୁ ଅନେକ ଊର୍ଦ୍ଧ୍ୱରେ ଥିଲା ତାଙ୍କର ମହାନ ଜୀବନାଦର୍ଶ। ତାଙ୍କ ପରଲୋକରେ ବିଶ୍ୱର ଏକ ନମ୍ବର ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଥିଲା। ମାତ୍ର କମ୍ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ‘ନ୍ୟୁୟର୍କ ଟାଇମ୍ସ’ ତାଙ୍କୁ ଓଡ଼ିଶାର ଦୁଇ ଥରର ମୁଖ୍ୟମନ୍ତ୍ରୀ କିମ୍ବା ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ ନୁହେଁ, ବରଂ ଜଣେ ଦୁର୍ଦ୍ଧର୍ଷ ପାଇଲଟ ଏବଂ ଜଣେ ଦେଶଭକ୍ତ ଭାବେ ଦର୍ଶାଇଥିଲା। ଏହି ମହାନାୟକଙ୍କୁ ପୂର୍ଣ୍ଣ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଜଣାଇ ‘ଦି ଇକୋନୋମିଷ୍ଟ’… [read more]

ଅଭିରାମ ବିଶ୍ୱାଳ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର, କଟକ ସହରର ଓ ସେଇ କଟକର ଆନନ୍ଦ ଭବନର ବିଜୁବାବୁଙ୍କ ଜୀବନ ଉପରେ ପ୍ରଗାଢ଼ ପ୍ରଭାବ ପଡ଼ିଥିଲା।  ଲକ୍ଷ୍ମୀ ନାରାୟଣ ବାବୁ କଟକର ତୁଳସୀପୁରରେ ଆନନ୍ଦ ଭବନ ତୋଳିଥିଲେ।  ସେ ଭବନଟିରେ ଠାଏ ଲେଖାଯାଇଛି ୧୯୩୧।  ପଟ୍ଟନାୟକ ବାବୁଙ୍କ ତିନିପୁଅଙ୍କ ପ୍ରଥମ ନାମ ସରୁଥିଲା ’ଆନନ୍ଦରେ’। ବିଜୟାନନ୍ଦ ବା ବିଜୁବାବୁଙ୍କ ପିଲାଦିନ ଓ ପରବର୍ତ୍ତୀ ଜୀବନର ଅନେକ ସ୍ମୃତି ସହ ଯୋଡା ଆନନ୍ଦ ଭବନ।  ପାଖ ବାରବାଟୀ ଦୁର୍ଗର… [read more]

ଅସିତ ମହାନ୍ତି କଟକର ଆନନ୍ଦ ଭବନ ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନ୍ମ, ସ୍ୱପ୍ନ ଓ ସାଧନାର ସ୍ଥଳୀ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ‘ଆନନ୍ଦ ଭବନ’କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ସ୍ମାରକୀ ଭବନ ତଥା ସଂଗ୍ରହାଳୟରେ ପରିବର୍ତ୍ତିର୍ତ କରାଯାଇଛି। ତେବେ ଏହା କେବଳ ବିଜୁବାବୁଙ୍କ ଜନ୍ମସ୍ଥାନ ରୂପେ ନୁହେଁ- ଓଡ଼ିଆ ଭାଷା-ସାହିତ୍ୟର ଏକ ଉଲ୍ଲେଖନୀୟ ଅଧ୍ୟାୟ ତଥା ବିଜୁବାବୁଙ୍କ ଜୀବନଗଠନର ଏକ ସ୍ମାରକୀ ରୂପେ ମଧ୍ୟ ସ୍ମରଣୀୟ। ଏହାର ନିର୍ମାତା… [read more]

କ୍ଷୀରୋଦ କୁମାର ଜେନା କୁହାଯାଏ, ଯଦି ବିଜୁ ପଟ୍ଟନାୟକ ରାଜନୀତିକୁ ଆସିନଥାନ୍ତେ, କେବଳ ଶିଳ୍ପପତି ଭାବେ ମନୋନିବେଶ କରିଥାନ୍ତେ, ତା’ହେଲେ ଟାଟା, ବିରଳାଙ୍କ ଶିଳ୍ପ ସାମ୍ରାଜ୍ୟ ସହ ଟକ୍କର ଦେଇଥାନ୍ତା ତାଙ୍କର ଶିଳ୍ପସମୂହ। ଏଭଳି କୁହାଯିବାର ତାତ୍ପର୍ଯ୍ୟ ହେଉଛି, ଶିଳ୍ପ କ୍ଷେତ୍ରରେ ତାଙ୍କର ଥିବା ଦୂରଦୃଷ୍ଟି। ଶିଳ୍ପ ସଂକ୍ରାନ୍ତରେ କୌଣସି ପୃଷ୍ଠଭୂମି ନଥିଲେ ମଧ୍ୟ ଆଧୁନିକ ଜ୍ଞାନ କୌଶଳରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଓ ସ୍ୱକୀୟ ଢାଂଚାରେ ଏହାର ପରିଚାଳନା କରି ସଫଳତାର ଶିଖରରେ ପହଞ୍ଚାଇବାରେ… [read more]

ଏହା ଦେଖି ବିଜୁବାବୁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ତାଙ୍କ ସାର୍ଟର କଲାର ଧରିପକାଇ କହିଲେ, ‘ତୁ କୁଆଡେ ଯାଉଛୁ? ଏତେ ଡରିଲେ ଚଳିବ! ତୁ ବିଜୁ ପଟ୍ଟନାୟକଙ୍କ ସହ ଯାଉଛୁ।’ କେଶବ ବାବୁ ବିକଳରେ କହିଲେ ମୁଁ ଟ୍ରେନ୍‌ରେ ଯିବି। ଆପଣଙ୍କ ନିର୍ବାଚନ ଖବର ଆଣି ‘ପ୍ରଜାତନ୍ତ୍ର’ରେ ଛାପିବି। ବିଜୁବାବୁ କହିଲେ, ‘ନନ୍‌ସେନ୍‌ସ! ବିଜୁ ପଟ୍ଟନାୟକ ବିମାନ ଚଳାଇଲେ ବିପଦ ବି ଡରିଯାଏ।’ କେଶବ ବାବୁଙ୍କୁ ଏକରକମ ଠେଲି ଠେଲି ନେଇ ସେ ବିମାନରେ ବସାଇଲେ।… [read more]